୧୬
ଜୁଆର୍
୧ ଏ ଚିଟିତେଇ ପିବି, ଜେ କି କିରିସ୍ଟର୍ ଲାଗି ଆମର୍ ବଇନି ଅଇଲାଆଚେ, ତାର୍ ବିସଇ ଜାନାଇଲିନି । ସେ କେଁକ୍ ଜାଗାଇ ରଇବା ମଣ୍ଡଲିଟାନେ ଏବେ ସେବାକାମ୍ କଲାନି । ତାକେ ମୁଇ ତମର୍ଲଗେ ପାଟାଇଲିନି । ୨ ଆମର୍ ମାପ୍ରୁର୍ ନାଉଁ ଦାରି ତାକେ ଡାକିନିଆ । କାଇକେବଇଲେ ଏନ୍ତାରି ଚଲାଚଲ୍ତି ବିସ୍ବାସିମନର୍ପାଇ ନିକ । ତାକେ କାଇଆଲେ ଲଡା ରଇଲେ ସାଇଜ କରା । କାଇକେବଇଲେ ସେ ମକେ ଆରି ବେସି ବିସ୍ବାସିମନ୍କେ ସାଇଜ କଲାଆଚେ ।
୩ ✡ ୧୬:୩ ପେରିତ୍ ୧୮:୨ କିରିସ୍ଟର୍ ମର୍ ସଙ୍ଗ୍ କାମ୍କରୁମନ୍ ପିରିସ୍କିଲା ଆରି ଆକିଲାକେ ମର୍ ଜୁଆର୍ ଜାନାଆ । ୪ ସେମନ୍ ମକେ ସାଇଜ କଲାର୍ପାଇ ନିଜର୍ ଜିବନ୍ ବିପଦେ ପାକାଇ ଆଚତ୍ । ଏଟାର୍ପାଇ ମୁଇ ସେମନ୍କେ ବେସି ଜୁଆର୍ କଲିନି । ଅବ୍କା ମୁଇସେ ନାଇ, ଇତି ରଇବା ସବୁ ଜିଉଦି ନଇଲା ମଣ୍ଡଲିମନ୍ ମିସା ସେମନ୍କେ ଜୁଆର୍ ଜାନାଇଲାଇନି । ୫ ସେମନର୍ ଗରେ ପାର୍ତନାକେ ରୁଣ୍ଡ୍ବା ମଣ୍ଡଲିକେ ମିସା ମର୍ ଜୁଆର୍ ଜାନାଇଲିନି ।
ମର୍ ଆଲାଦର୍ ମଇତର୍ ଏପାଇନେତନ୍କେ ମର୍ ଜୁଆର୍ ଜାନାଇଲିନି । ଆସିଆ ରାଇଜେ ସେ ସିଗ୍ ପର୍ତୁମ୍ କିରିସ୍ଟ ବିସ୍ବାସି ଅଇରଇଲା । ୬ ତମର୍ ନିକ ପାଇ ବେସି କସ୍ଟ ପଡିରଇବା ମରିୟମ୍କେ ମର୍ ଜୁଆର୍ ଜାନାଇ ଦିଆସ୍ । ୭ ଆନ୍ଦରନିକ୍ ଆରି ୟୁନିୟାକେ ମର୍ ଜୁଆର୍ ଜାନାଇଲିନି । ଏ ଦୁଇଟା ମର୍ ସଙ୍ଗର୍ ଜିଉଦିଲକ୍ । ସେମନ୍ ମର୍ ସଙ୍ଗ୍ ବନ୍ଦିସାଲେ ରଇଲାଇ । ମର୍ ଆଗ୍ତୁ ସେମନ୍ କିରିସ୍ଟକେ ବିସ୍ବାସ୍ କଲାଇ । ଆରି ସବୁ ପେରିତ୍ ସିସ୍ମନ୍ ସେମନ୍କେ ସନ୍ମାନ୍ ଦେବାଇ ।
୮ ମାପ୍ରୁର୍ଲଗେ ମର୍ ଆଲାଦର୍ ମଇତର୍ ଆମ୍ପଲିଆକେ ଜୁଆର୍ ଜାନାଇଦିଆସ୍ । ୯ କିରିସ୍ଟର୍ ସେବାଇ ମର୍ ସଙ୍ଗାରି ଉର୍ବାନ ଆରି ମର୍ ଆଲାଦର୍ ମଇତର୍ ତାକିୟକେ ମିସା ମର୍ ଜୁଆର୍ ଜାନାଇଦିଆସ୍ । ୧୦ କିରିସ୍ଟକେ ବିସ୍ବାସ୍କରି ସେବାକର୍ବା ଆପଲ ଆରି ଆରିସ୍ତବଲର୍ କୁଟୁମର୍ ସବୁକେ ମର୍ ଜୁଆର୍ ଜାନାଇଦିଆସ୍ । ୧୧ ମର୍ ସଙ୍ଗର୍ ଜିଉଦି ଏରଦିୟନ୍ ଆରି ନାରସିସର୍ ଗରେ ରୁଣ୍ଡ୍ବା ବିସ୍ବାସି ବାଇବଇନିମନ୍କେ ମର୍ ଜୁଆର୍ ଜାନାଇଦିଆସ୍ ।
୧୨ ମାପ୍ରୁର୍ ସେବାଇ ଲାଗିରଇଲା ତିରିପନ୍ ଆରି ତିରିପସା ଆରି ମାପ୍ରୁର୍ ପାଇ ବେସି କସ୍ଟ ପଡିରଇବା ଆଲାଦର୍ ପର୍ସିସ୍କେ ମର୍ ଜୁଆର୍ ଜାନାଇଦିଆସ୍ । ୧୩ ✡ ୧୬:୧୩ ମାର୍କ ୧୫:୨୧ମାପ୍ରୁର୍ ମୁକିଅ ଦାଙ୍ଗ୍ଡା ରୁପସ୍ ଜେ କି ସେବା କାମ୍ଟାନେ ଆବଡ୍ ଅଇ କଲାଆଚେ । ଆରି ମର୍ ଆୟାପାରା ତାକର୍ ଆୟାକେ ମିସା ମର୍ ଜୁଆର୍ । ସେ ମକେ ନିଜର୍ ପଅ ପାରା ଦେକ୍ଲା । ୧୪ ଆସୁକିରି, ପେଲେଗନ୍, ଅର୍ମିସ୍, ପାତ୍ରବା, ଅର୍ମାସ୍ ଆରି ସେମନର୍ ସଙ୍ଗ୍ ରଇବା ସବୁ ବିସ୍ବାସି ବାଇବଇନିମନ୍କେ ଜୁଆର୍ ଜାନାଆ । ୧୫ ପିଲଲଗ୍ ଆରି ଜୁଲିଆ, ନିରୁସ୍ ଆରି ତାର୍ ବଇନି ଆରି ଅଲୁମ୍ପା ଆରି ସେମନର୍ ସଙ୍ଗ୍ ରଇତେରଇବା ସବୁ ପର୍ମେସରର୍ ଲକ୍ମନ୍କେ ମର୍ ଜୁଆର୍ ଜାନାଆ ।
୧୬ ତମର୍ ବିତ୍ରର୍ ଆଲାଦ୍ ଦେକାଇକରି ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଜୁଆର୍ବେଟ୍ ଉଆ । କିରିସ୍ଟର୍ ସବୁ ମଣ୍ଡଲି ତମ୍କେ ଜୁଆର୍ ଜାନାଇଲାନି ।
ପାଉଲର୍ ସାରାସାରି ଆଦେସ୍
୧୭ ଏ ମର୍ ବାଇବଇନିମନ୍, ମୁଇ ତମ୍କେ ବାବୁଜିଆ କଲିନି, ତମେ ଜାଗ୍ରତ୍ ଅଇକରି ରୁଆ । ତମର୍ ବିସ୍ବାସ୍ ଆରି ଗଟେକ୍ ମନ୍ ଅଇରଇବାଟା ଜନ୍ ଲକ୍ମନ୍ ବେଗ୍ଲାଇବାକେ ଚେସ୍ଟା କଲାଇନି, ତାକର୍ଟାନେଅନି ଦୁରିକେ ରୁଆ । କାଇକେବଇଲେ, ତମେ ଜନ୍ ସିକିଆ ପାଇଆଚାସ୍, ତାର୍ ବିରଦ୍ କଲାଇନି । ୧୮ ଜନ୍ ଲକ୍ମନ୍ ଏନ୍ତାରି କାମେ ବୁଡି ଆଚତ୍, ସେମନ୍ ଆମର୍ ମାପ୍ରୁ କିରିସ୍ଟର୍ ଆଦେସ୍ ମାନତ୍ ନାଇ । ସେମନ୍ କାଲି ନିଜର୍ ମନ୍ କର୍ବାଟା ପୁରାପୁରୁନ୍ କର୍ବାକେ ତେରେପେତେ ଅଇଲାଇନି । ସୁଆଦ୍ କାତା ଆରି ତିପୁଲ୍ କାତା କଇ ଦରମ୍ ଲକ୍ମନ୍କେ ବୁଲ୍କାଇଦେଲାଇନି । ୧୯ ତମେ ପର୍ମେସରର୍ ଆଦେସ୍ ମାନ୍ଲାସ୍ନି ବଲି ତାର୍ ସୁବ୍କବର୍ ଗୁଲାଇବାଟର୍ ଲକ୍ ଜାନ୍ଲାଇ । ସେଟାର୍ ପାଇ ମୁଇ ବେସି ସାର୍ଦା । ମୁଇ ମନ୍ କଲିନି, ତମେ ସତ୍ ବିସଇତେଇ ଗିଆନି ଉଆ ଆରି କାରାପ୍ ବିସଇତେଇ ବୁଡି ରୁଆନାଇ । ୨୦ ଆରି ସାନ୍ତିଦେଉ ପରମେସର୍ ତମର୍ ଲାଗି ସଇତାନ୍କେ ପୁରାପୁରୁନ୍ କୁରୁପ୍ନାସ୍ କର୍ସି ।
ଆମର୍ ମାପ୍ରୁ ଜିସୁକିରିସ୍ଟର୍ ଜିବନ୍ଦୁକାଇଲାଟା ତମର୍ ସଙ୍ଗ୍ ସବୁବେଲେ ରଅ ।
୨୧ ✡ ୧୬:୨୧ ପେରିତ୍ ୧୬:୧ମର୍ ସଙ୍ଗ୍ ମିସିକରି କାମ୍କର୍ବା ସଙ୍ଗାରି ତିମତି, ଆରି ଆମର୍ ଜିଉଦି ବାଇମନ୍ ଲୁକିଅ, ଜାସନ୍ ଆରି ସପିପାତ୍ର ତମ୍କେ ଜୁଆର୍ ଜାନାଇଲାଇନି ।
୨୨ ମୁଇ ତର୍ତିଅ, ମର୍ ସଙ୍ଗାରି ପାଉଲ୍, କଇଦେଲାକେ ଏ ଚିଟି ଲେକ୍ଲିଆଚି । ମାପ୍ରୁର୍ ନାଉଁ ଦାରି ମୁଇ ତମ୍କେ ଜୁଆର୍ ଜାନାଇଲିନି ।
୨୩ ✡ ୧୬:୨୩ ପେରିତ୍ ୧୯:୨୯; ୧ମ କରନ୍ତିୟ ୧:୧୪;୨ୟ ତିମତି ୪:୨୦ଗାୟସ୍ ତମ୍କେ ଜୁଆର୍ ଜାନାଇଲାନି । ମୁଇ ତାର୍ ଗରେ ରଇଲିନି ଆରି ତାର୍ ଗରେ ରୁଣ୍ଡ୍ବା ଇତିର୍ ବିସ୍ବାସିମନ୍ ତମ୍କେ ଜୁଆର୍ ଜାନାଇଲାଇନି । ଏ ଗଡର୍ ଡାବୁ ଇସାବ୍କିତାବ୍ କରୁ ଏରାସ୍ଟ ଆରି ବାଇ କାର୍ତ ମିସା ତମ୍କେ ଜୁଆର୍ ଜାନାଇଲାନି । ୨୪ ମାପ୍ରୁ ଜିସୁକିରିସ୍ଟର୍ ଜିବନ୍ଦୁକାନି ତମର୍ ସବୁ ଲକର୍ ଲଗେ ରଅ ।
ପାର୍ତନା ଆରି ସାର୍ଦାସଙ୍ଗ୍ ଏ ଚିଟି ସାର୍ଲାଟା
୨୫ ଆସା, ପରମେସର୍କେ ଡାକ୍ପୁଟା କରୁ । ମୁଇ ଜାନାଇତେରଇବା ଜିସୁ କିରିସ୍ଟର୍ ବିସଇର୍ ସୁବ୍ କବର୍ ଆରି ଜୁଗ୍ ଜୁଗ୍ ଦାରି ଲୁଚି ରଇବା ଟିକିନିକିର୍ ସତ୍ ଇସାବେ ରଇବା ତମର୍ ବିସ୍ବାସ୍ ପରମେସର୍ ଡାଟ୍କରି ସଙ୍ଗଇବାକେ ପାରେ । ୨୬ ସେ ଟିକିନିକିର୍ ସବୁ ସତ୍ ବବିସତ୍ବକ୍ତାମନର୍ ସାସ୍ତରେ ସେ ଜାନାଇଲା ଆଚେ । ଆରି ଏବେ ମାପ୍ରୁ ପରମେସରର୍ ସତ୍ ଜୁଗ୍ ଜୁଗ୍ ଅନି ସବୁ ଲକ୍ମନର୍ ବିତ୍ରେ ଜାନାଇଆଚେ । ଇତିଅନି ସବୁ ବିସ୍ବାସ୍ କରି ପରମେସରର୍ କାତାମାନି ଚାଲି ପାର୍ବାଇ ।
୨୭ ମାପ୍ରୁ ଜିସୁ କିରିସ୍ଟର୍ତେଇଅନି ସବୁ ଜାନ୍ବା ଗଟେକ୍ସେ ପରମେସର୍ କାଲେ କାଲେ ଜୁଗେ ଜୁଗେ ଡାକ୍ପୁଟା ପାଅ । ଆମେନ୍ !