ପିତର ଦ୍ୱିତୀୟଥର ଲେଖିଥିବା ପତ୍ର
ପିତର୍ ଦୁଇପାଲି ଲେକିରଇବା ଚିଟି
ଏ ବଇର୍ ବିସଇ ଜାନ୍ବାଟା
ପିତର୍ ଦୁଇପାଲି ଲେକ୍ଲା ଚିଟି ଜାନାଇଲାନି କି, ଏ ଚିଟି ପେରିତ୍ ପିତର୍ ଲେକ୍ଲାଆଚେ । ମାତର୍ ଏବେ କେତେକ୍ କେତେକ୍ ପଣ୍ଡିତ୍ମନ୍ ଏଟା ସତ୍ ନାଇ ବଲି କଇଲାଇନି । କଇବାକେଗାଲେ ଏଟା ଗଟେକ୍ ବିନ୍ ପିତର୍ ଲେକିଆଚେ । ସେ ଜିସୁକିରିସ୍ଟର୍ ଗଟେକ୍ ସତ୍ ସାକି ରଇଲା ବଲି ଲେକ୍ଲା ଲକ୍ କଇଲାନି । ଦେକ୍ବା ଇସାବେ ଜିସୁକିରିସ୍ଟ ବାଦଲ୍ବା ବିସଇ କଇଲାନି ୧:୧୭-୧୮ । ପିତର୍ ଏ ଚିଟି କିରିସ୍ଟ ଜନମ୍ ଅଇଲାପଚେ ୫୬-୬୯ ବିତ୍ରେ ତାର୍ ମରନ୍ ଅଇବା ଆଗ୍ତୁ ଏଟା ଲେକ୍ଲାଆଚେ । ପିତର୍ ଏଟା ତାର୍ ଦୁଇପାଲି ଲେକ୍ବା ଚିଟିବଲି ମିସା କଇଆଚେ ୩:୧ ।
ପିତରର୍ ପର୍ତୁମ୍ ଚିଟି ଲେକାଅଇଲା ପଚେ, ସେ ଲେକାର୍ ବେଲାକେ ଇତି ଜାଗାଦେଇ ଏଟାକେ ଦୁଇପାଲି ଲେକ୍ଲା ଚିଟି ବଲି କଇଆଚେ । ଏ ଚିଟିଟାନେ ସବୁ ବିସ୍ବାସିମନ୍କେ ତାର୍ ସବୁ ବିସଇ ଦେଇଆଚେ । ପିତର୍ ବିସ୍ବାସିମନ୍କେ ସାଆସ୍ ଆରି ନିକସଙ୍ଗେ ଜିଉନା କାଉନା କର୍ବାକେ ଆରି ମିଚ୍ ସିକିଆ ଦେଉ ମନର୍ କାତା ନ ମାନି ଜାଗରତ୍ ରଇବାକେ ଏ ଚିଟିଟାନେ ଲେକିଆଚେ ୨ । ଜିସୁ ଆଇବାଟା ବେସି ଦିନ୍ ଆଚେ ବଲି ମିଚ୍ କଇବା ଲକ୍ମନ୍କେ ସାଆସ୍ ଦେଲାନି । ପର୍ମେସର୍ ଦିରେ ରଇବା ପର୍ମେସର୍ ନଏ, ମାତର୍ ସବୁଲକ୍ ତାର୍ଲାଗି ଉଦାର୍ ପାଅତ୍ ବଲି ସେ ମନ୍କଲାନି ୨ ୟ ପିତର୍ ୩:୮-୯ ଏଟାସେ ଗଟେକ୍ ନିକସଙ୍ଗେ ଜିଉନା କାଉନା କର୍ବାଟା ୩:୧୪
ଏ ବଇ ବିତ୍ରେ ରଇବାଟା
୧. ପିତର୍ ତାର୍ ନିଜର୍ ବିସଇ ଆରି ତାର୍ ଚିଟି ପଡ୍ବା ଲକ୍ମନ୍କେ ରଇବା ଜାଗା ବିସଇରେ ଜାନାଇଲାନି । ୧:୧-୨
୨. ତାର୍ପଚେ ବିସ୍ବାସି ବାଇବଇନିମନ୍କେ ନିକସଙ୍ଗେ ଜିଉନା କାଉନା କର୍ବାକେ ଏତାଇଦେଲାଆଚେ । କାଇକେବଇଲେ ପର୍ମେସର୍ ଆମ୍କେ ସାଆସ୍ ଦେଲାଆଚେ । ୧:୩-୨୧
୩. ସେ ମିଚ୍ ସିକାଇବା ଗୁରୁମନ୍କେ ଜାଗର୍ତା କରାଇ ସାରାସାରି ପଚେ ସେମନର୍ଲାଗି କାଇଟା ଗଟ୍ସି, ସେଟା କଇଲାଆଚେ । ୨:୧-୨୨
୪. ପିତର୍ ଜିସୁକିରିସ୍ଟ ଆରିତରେକ୍ ଆଇବା ବିସଇ ଜାଗିରଇ ଜିଉନା କାଉନା କର୍ବାକେ ସାସ୍ ଦେଇଆଚେ । ୩:୧-୧୮
୧
ପିତର୍ ଦୁଇପାଲି ଚିଟି ଲେକ୍ବାଟା
୧ ମୁଇ ସିମନ୍ ପିତର୍, ଜିସୁକିରିସ୍ଟର୍ ଗଟେକ୍ ଗତିଦାଙ୍ଗ୍ଡା ଆରି ପେରିତ୍ ଅଇଆଚି ।
ଆମେ ଜେନ୍ତି ଜିସୁକିରିସ୍ଟକେ ବିସ୍ବାସ୍ କରିଆଚୁ, ସେନ୍ତାରି ବିସ୍ବାସ୍ କର୍ବା ଲକ୍ମନ୍କେ ଏ ଚିଟି ଲେକ୍ଲିନି । ସେ ଆମର୍ ପର୍ମେସର୍ ଆରି ମୁକ୍ତିକାରିଆ । ତାକେ ବିସ୍ବାସ୍ କର୍ବାକେ ସେ ଆକା ଆମ୍କେ ବପୁଦେଲାଆଚେ । ସେ କର୍ବା ସବୁ କାମ୍ ଟିକ୍ ଆରି କାଇ ଅନିଆଇ ନାଇ ।
। ୨ ପର୍ମେସର୍କେ ଆରି ଆମର୍ ମାପ୍ରୁ ଜିସୁକିରିସ୍ଟକେ ତମେ ଜାନ୍ଲାର୍ ପାଇ ତାର୍ ସାନ୍ତି ଆରି ସେ ଜିବନ୍ ଦୁକାଇ ଦୟା କଲାଟା ତମ୍କେ ମିଲ ।
ପର୍ମେସର୍ ଡାକ୍ଲାଟା ଆରି ବାଚ୍ଲାଟା
୩ ତାକେ ସାର୍ଦା କରାଇଲାପାରା ଚଲାଚଲ୍ତି କର୍ବାକେ ସେ ଆମ୍କେ ଲଡାକେ ଆଇବା ସବୁ ବିସଇ ଦେଲାଆଚେ । ତାର୍ ବପୁର୍ଲାଗି ସେ ଆମ୍କେ ଏଟା ଦେଲାଆଚେ ଆରି ଆମେ ତାକେ ଜାନ୍ଲାର୍ପାଇ ମିସା । ତାର୍ ମଇମାଇ ଆରି ଦରମେ ମିସ୍ବାକେ ସେ ସେ ଆମ୍କେ ଡାକିଆଚେ । ୪ ତାର୍ ମଇମା ଆରି ଦରମର୍ ଲାଗି ସେ ଆମ୍କେ ବେସି ବଡ୍ ଆରି ବେସି ମୁଲିଅ ରଇବା ଦାନ୍ ଦେଲାଆଚେ । କିରିସ୍ଟକେ ବିସ୍ବାସ୍ ନ କଲା ଲକ୍ମନ୍ ଜେନ୍ତିକି କାରାପ୍ ବିସଇ କର୍ବାକେ ମନ୍ କର୍ବାଇ, ସେନ୍ତାରି ମନ୍କର୍ବା ଟାନେଅନି ମୁକ୍ଲାଇବାକେ ସେ ଆମ୍କେ ଏନ୍ତାରି କଲାଆଚେ । ଏ ସବୁ ବିସଇ ତାକର୍ ମନ୍କେ ନସାଇସି । ମାତର୍ ତମେ ପର୍ମେସରର୍ ପାରା ଦରମ୍ ଅଇପାର୍ସା । ୫ ତେବେ କିରିସ୍ଟକେ ବିସ୍ବାସ୍ କଲାର୍ ପାଇ ନିକ ଚଲାଚଲ୍ତି କର୍ବାକେ ଚେସ୍ଟା କରା । ଏଟାର୍ ସଙ୍ଗ୍, ଗିଆନ୍ ସଙ୍ଗ୍ ଜିଉନାକାଉନା କର୍ବାକେ, ୬ ଜିଉନାକାଉନା ସଙ୍ଗ୍ ନିଜେ ଜାଗ୍ରତ୍ ଅଇରଇବାକେ, ଜାଗ୍ରତ୍ ରଇକରି ମୁର୍ଚି ରଇବାକେ, ମୁର୍ଚିକରି ରଇ ପର୍ମେସର୍କେ ସାର୍ଦା କର୍ବା ଗୁନ୍ଚଲନ୍ କର୍ବାକେ, ୭ ଗୁନ୍ଚଲନ୍ସଙ୍ଗ୍ ବାଇବଇନିକେ ଆଲାଦ୍ କର୍ବାକେ, ବାଇବଇନିକେ ଆଲାଦ୍ କରି ସବୁଲକ୍କେ ଆଲାଦ୍ କର୍ବାକେ ଚେସ୍ଟା କରା । ୮ ତମର୍ ଚଲାଚଲ୍ତି ଜଦି ଏନ୍ତାରି ଅଦିକ୍ ଅଦିକ୍ ଅଇ ଆଇଲେ, ଆମର୍ ମାପ୍ରୁ ଜିସୁକିରିସ୍ଟକେ ଜାନ୍ବା ବିସଇତେଇ ତମେ ଅଦିକ୍ ଅଦିକ୍ ବଡିଆଇସା । ୯ ଜଦି ଗଟେକ୍ ଲକ୍ ଏନ୍ତାରି ଜିଉନାକାଉନା ନ କଲେ, ସେ ଗଟେକ୍ ନିକ ନ ଡିସ୍ବା ଲକର୍ପାରା ଅଇଆଚେ । ସେ ପୁର୍ବେ କରିରଇଲା ପାପର୍ ଲାଗି ପର୍ମେସର୍ କେମା ଦେଲାଆଚେ ବଲି ପାସ୍ରିଦେଇ ଆଚେ ।
୧୦ ତେବର୍ପାଇ ଏ ମର୍ ବାଇବଇନିମନ୍, ନିକ ଚଲାଚଲ୍ତି କର୍ବାକେ ଚେସ୍ଟା କରା । ସେନ୍ତାର୍କଲେ ପର୍ମେସର୍ ତମ୍କେ ବାଚିକରି ତାର୍ ଲକ୍ ଅଇବାକେ ଡାକ୍ଲାଆଚେବଲି ସବୁଲକ୍କେ ଡିସ୍ସି । ଏ ସବୁ ବିସଇ କଲେ ତମେ କେବେ ମିସା ତାର୍ତେଇଅନି ବିନ୍ବାଟେ ନ ଜାଆସ୍ । ୧୧ ଆମର୍ ମାପ୍ରୁ ଜିସୁକିରିସ୍ଟର୍ କେବେ ନ ସାର୍ବା ରାଇଜେ ପର୍ମେସର୍ ତମ୍କେ ସାର୍ଦା ସଙ୍ଗ୍ ଡାକିନେଇସି ।
୧୨ ଏ ସବୁ ବିସଇ ତମେ ଜାନିରଇଲେ ମିସା, ଆରି ପାଇଲା ସତ୍ ବିସଇଟାନେ ଡାଟ୍ ଆଚାସ୍ ମିସା, ଏ ସବୁ ବିସଇ ତମ୍କେ ଏତାଇଦେଇତେ ରଇବି । ୧୩ ମୁଇ ବଁଚିରଇବା ଜାକ ଏ ସବୁ ବିସଇ କାତା ଅଇବାଟା ନିକ । ଜେନ୍ତିକି ତମେ ସେଟା ଆରି ନ ପାସ୍ରାସ୍ । ୧୪ ମର୍ ଜିବନ୍ ଦାପ୍ରେ ସାରିଜାଇସି ବଲି ମୁଇ ଜାନି । କାଇକେବଇଲେ ଆମର୍ ମାପ୍ରୁ ଜିସୁକିରିସ୍ଟ ମକେ ନିକସଙ୍ଗ୍ ଜାନାଇଆଚେ । ୧୫ ଏ ସବୁ ବିସଇ ତମ୍କେ ଏତାଇଦେବାକେ ମୁଇ ବେସି ଆବଡ୍ ଅଇଲିନି । ଜେନ୍ତାରିକି ମୁଇ ମଲାପଚେ ମିସା ଏ ସବୁ ବିସଇ ଏତାଇସା ।
କିରିସ୍ଟର୍ ମଇମା ସବୁଲକ୍ ଦେକ୍ବାଇ
୧୬ ଆମର୍ ମାପ୍ରୁ ଜିସୁକିରିସ୍ଟ ତାର୍ ସବୁ ବପୁର୍ସଙ୍ଗ୍ ବାଉଡି ଆଇସି ବଲି ତମ୍କେ କଇରଇଲୁ । ସେଟା ବିନ୍ ଲକ୍ ତାକର୍ ଚାଲାକିକରି ତିଆର୍କଲା ଗଟେକ୍ କାତାନି ନଏଁ । ୧୭ ✡ ୧:୧୭ ମାତିଉ ୧୭:୧-୫; ମାର୍କ ୯:୨-୭; ଲୁକ୍ ୯:୨୮-୩୫ଆମେ ନିଜେ ଆଁକିସଙ୍ଗ୍ ତାର୍ ମଇମା ଦେକ୍ଲୁ । ବାବା ପର୍ମେସର୍ ତାକେ ଡାକ୍ପୁଟା କରି ମଇମା ଦେଲାବେଲେ ଆମେ ତେଇ ରଇଲୁ । ସେ ନିଜେ ସବୁର୍ଟାନେଅନି ମଇମାର୍ ପର୍ମେସର୍ କଇରଇଲା “ଏଟା ମର୍ ଆଲାଦର୍ ପ, ତାର୍ଟାନେ ମୁଇ ବେସି ସାର୍ଦା ।” ୧୮ ସେ ସବଦ୍ ସୁନ୍ଲାବେଲେ ପର୍ମେସରର୍ ସୁକଲ୍ ପର୍ବତେ ଆମେ ମିସା କିରିସ୍ଟର୍ ସଙ୍ଗ୍ ରଇଲୁ ।
୧୯ ବବିସତ୍ବକ୍ତାମନର୍ କାତା ସତ୍ ଆଚେ ବଲି ଆମେ ଜାନିଆଚୁ । ଏ ସବୁ କାତା ତମେ ମନ୍ଦିଆନ୍ ଦେଇ ସୁନା । କାଇକେବଇଲେ ସେଟା ଆନ୍ଦାରେ ଲାଗିରଇବା ଗଟେକ୍ ବତିର୍ ଉଜଲ୍ ପାରା ଆଚେ । ସାକ୍ଲିଆ ଉଜଲ୍ ଡିସ୍ବା ତାରାର୍ପାରା ତମର୍ ମନ୍ବିତ୍ରେ ଉଜଲ୍ ଦେଇସି । ୨୦ ବବିସତ୍ବକ୍ତାମନ୍ କେ ମିସା ନିଜେ ବାବିକରି ସାସ୍ତର୍ଟାନେ ଲେକତ୍ନାଇ । ଏଟା ତମେ ବାଇଦରେ ଜାନ୍ବାର୍ ଆଚେ । ୨୧ କାଇକେବଇଲେ, ସେମନ୍ କେବେମିସା ନିଜର୍ତେଇଅନି କାଇ ବବିସତ୍ କାତା କଅତ୍ ନାଇ । ମାତର୍ ପର୍ମେସର୍ଟାନେଅନି ଆଇଲା କାତା ସୁକଲ୍ଆତ୍ମାର୍ ସାଇଜ ସଙ୍ଗ୍ କଇରଇଲାଇ ।
✡୧:୧୭ ୧:୧୭ ମାତିଉ ୧୭:୧-୫; ମାର୍କ ୯:୨-୭; ଲୁକ୍ ୯:୨୮-୩୫