ଯୋହନ ଲେଖିଥିବା ପ୍ରଥମ ପତ୍ର
ଜଅନ୍ ଲେକିରଇବା ୧ ମ ଚିଟି
ଏ ବଇର୍ ବିସଇ ଜାନ୍ବାଟା
ଜଅନର୍ ପର୍ତୁମ୍ ଚିଟି ଜିସୁକିରିସ୍ଟ ଜନମ୍ ଅଇକରି ୫୦-୧୦୦ କିରିସ୍ଟାବ୍ଦ ବିତ୍ରେ ପେରିତ୍ ଜଅନ୍ ଲେକି ରଇଲା ।
ଜଅନ୍ ନିଜ୍କେ ଗଟେକ୍ ଲେକ୍ବା ଲକର୍ ଇସାବେ ଜାନାଇ ଅଏନାଇ । ମାତର୍ ପର୍ତୁମ୍ ପାଟେ ସେ ଜିସୁକିରିସ୍ଟର୍ ଜିବନର୍ ଆରି ମରିକରି ଉଟ୍ବା ବିସଇ ନେଇକରି ସେ ମୁଇନିଜେ ସାକିବଲିକରି କଇଲାନି୧:୧-୩ଜଅନ୍ ପର୍ତୁମ୍ ଲେକି ରଇଲାଟା ଜଅନ୍ ସୁସମାଚାର୍ ଲଗେ ଲେକା ଅଇଲାପାରା ଅଲପ୍ ମିସ୍ସି । ସେ ଜେଡେବେଲେ ଏପିସିତେଇ ରଇଲା । ସେ ଜଅନ୍ ସୁବ୍କବର୍ ଆରି ଜଅନର୍ ତିନ୍ଟା ଚିଟି ଲେକିଆଚେ ବଲିକରି ବିସ୍ବାସ୍ କର୍ବାଇ । ଜନ୍ ବଇକି ପର୍ତୁମ୍ ଜଅନ୍ ଦୁତିଅ ଜଅନ ତୁର୍ତିଅ ଜଅନ୍ ।
ଗିଆନି ବଲିକରି କଇତେରଇବା ଲକ୍ମନର୍ ଗଟେକ୍ ଦଲ୍ ଜନ୍ଲକ୍ମନର୍ ଲାଗି ମଣ୍ଡ୍ଲିତେଇ କାଇଆଲେ ଗଟେକ୍ ଗଟ୍ନା ଆଇଲେ ଟିଆ ଅଇତେ ରଇବା ଲକ୍ମନ୍ । ସେ ବେଲେ ଜଅନ୍ ସବୁ ବିସ୍ବାସି ମନ୍କେ ଏ ଚିଟିଲେକି ରଇଲା । ସେମନ୍ ବିସ୍ବାସ୍ କର୍ବାଇକି ଜିସୁ ସତ୍ରେ ଆଇବା ପୁରାପୁରୁନ୍ ପର୍ମେସର୍, ମାତର୍ ଜଗତେ ରଇବାବେଲେ ସେ ବନିମାଉଁସ୍ ଦାରିରଇବା ଗଟେକ୍ ନର୍ଲକ୍ ନଏଁଁ । ଜଅନ୍ ଜିସୁକିରିସ୍ଟର୍ ସଙ୍ଗ୍ ରଇବା ଗଟେକ୍ ସାକି ଆରି ତାର୍ ନିଜର୍ ଆତ୍ସଙ୍ଗ୍ ଜିସୁକେ ଚିଇ ରଇଲାକେ ସେ ଏନ୍ତାରି ଲେକ୍ଲା ଆଚେ ୧:୧-୩ । ଜଅନ୍ ଏ ଚିଟି ଲେକ୍ବାର୍ ମୁକିଅ କାରନ୍ ଅଇଲାନି ତାର୍ ସାର୍ଦା ପୁରାପୁରୁନ୍ ଅଇବାଟା । ପର୍ତୁମ୍ ଜଅନ୍ ୧:୪ ଆରି ବିସ୍ବାସି ମନ୍କେ ପାପେଅନି ଦୁର୍କେ ରଇବାକେ ପର୍ତୁମ୍ ଜଅନ୍ ୨:୧ଆରି ବିସ୍ବାସି ମନ୍କେ ମିଚ୍ ସିକିଆଇଅନି ରକିଆକର୍ବାକେ, ପର୍ତୁମ୍ ଜଅନ୍ ୨:୨୬ ଆରି ବିସ୍ବାସି ମନ୍କେ ରକିଆ କର୍ବାକେ, ୫:୧୩
ଏ ବଇବିତ୍ରେ ରଇବା ବିସଇ
୧. ଜଅନ୍ ତାର୍ ଚିଟିଟାନେ ନିଜର୍ ବିସଇ ଜାନାଇକରି ଆରି କାଇକେ ଲେକ୍ଲାନି ସେଟାସବୁ ଆଚେ । ୧:୧-୪
୨. ପର୍ମେସର୍ କେନ୍ତାରି ଉଜଲ୍ ବଲିକରି ବୁଜାଇଦେଇ ଜିସୁର୍ପାରା ଚଲାଚଲ୍ତି କର୍ବାକେ କଇଆଚେ । ୧:୫–୩:୧୦
୩. ଗଟେକ୍ଲକ୍ ଆରି ଗଟେକ୍ ଲକ୍କେ କେନ୍ତାରି ଆଲାଦ୍ କର୍ବାର୍ ଅଇସି ସେ ବିସଇ ମନେ ଏତାଇଦେଲା ଆଚେ । ୩:୧୧–୫:୧୨
୪. ସେ ତାର୍ ଲେକ୍ବାଟା ସାରାଇ ଆଚେ । ୫:୧୩-୨୧
୧
ଜିବନର୍ ବାକିଅ
୧ ✡ ୧:୧ ଜଅନ୍ ୧:୧ଜାକେ ଜିବନର୍ ବାକିଅ ବଲି କଇଲାଇନି, ତାର୍ ବିସଇ ତମ୍କେ ଲେକ୍ଲୁନି । କାଇଟା ତିଆର୍ ନ ଅଇତେ ପୁର୍ବେଅନି ସେ ରଇଲା । ତାର୍ ବାକିଅ ଆମେ ସୁନିଆଚୁ । ସେ କରିରଇବା କାମ୍ମନ୍ ଆମେ ଆଁକି ସଙ୍ଗ୍ ନିକ ଦେକି ଆଚୁ । ଆରି ଆମେ ତାକେ ଆତ୍ ସଙ୍ଗ୍ ଚିଇଲୁ ଆଚୁ । ୨ ✡ ୧:୨ ଜଅନ୍ ୧:୧୪ଏ ଲକ୍ ସତ୍ ଜିବନ୍ ଦେଇସି । ପର୍ମେସର୍ ଏ ଲକ୍କେ ସବୁକେ ଦେକାଇଲା । ଆରି ଆମେ ଦେକ୍ଲୁ ଆରି ତାର୍ ସତ୍ ବିସଇ ତମ୍କେ କଇଲୁନି । ସେ ଦେଇରଇବା ନ ସାର୍ବା ଜିବନର୍ ବିସଇ ତମ୍କେ ଜାନାଇଲୁନି । ପୁର୍ବେଅନି ସେ ଆମର୍ ବାବା ପର୍ମେସରର୍ ସଙ୍ଗ୍ ରଇଲା । ମାତର୍ ପର୍ମେସର୍ ତାର୍ ବିସଇ ଆମ୍କେ ଜାନାଇଲାଆଚେ । ୩ ତେବର୍ପାଇ ଏ ଲକ୍, ଜାର୍ ବିସଇ ଆମେ ଦେକିଆଚୁ ଆରି ସୁନିଆଚୁ, ତାର୍ ବିସଇ ଆକା ଆମେ ତମ୍କେ କଇଲୁନି । ଜେନ୍ତାରିକି ତମେ ମିସା ଆମର୍ ସଙ୍ଗ୍ ମିସିବିଡି ରଇସା । କାଇକେବଇଲେ ଆମେ ବାବା ପର୍ମେସରର୍ ସଙ୍ଗ୍ ଆରି ତାର୍ ପଅ ଜିସୁ କିରିସ୍ଟର୍ ସଙ୍ଗ୍ ମିସିବିଡି ଆଚୁ । ୪ ଆମର୍ ସାର୍ଦା ଜେନ୍ତାର୍ ପୁରାପୁରୁନ୍ ଅଇସି, ତେବର୍ ପାଇ ଏ ସବୁ ବିସଇ ତମ୍କେ ଲେକ୍ଲୁନି ।
ପର୍ମେସର୍ ଆକା ଉଜଲ୍
୫ ମାତର୍ ଜନ୍ ବିସଇ ଜିସୁକିରିସ୍ଟ ଆମ୍କେ କଇଲା, ଆରି ଜାଇଟା ତମ୍କେ ଆମେ ଜାନାଇ ଆଚୁ, ସେଟା ଅଇଲାନି ପର୍ମେସରର୍ ଉଜଲ୍ । ଆରି ତାର୍ଟାନେ ମୁଲ୍କେ ଆନ୍ଦାର୍ ନାଇ । ୬ ତେବର୍ପାଇ ଆମେ ପର୍ମେସରର୍ ସଙ୍ଗ୍ ମିସିବିଡି ଆଚୁ ବଲି କଇକରି କାରାପ୍ କାମ୍ କରି ଆନ୍ଦାରେସେ ରଇବୁ ବଇଲେ, ଆମେ କଇବାଟା ମିଚ୍ । ଆରି ସତ୍ ବିସଇ ଆମେ ଚାଡିଦେଇଆଚୁ ବଲି ଆମର୍ ଚଲାଚଲ୍ତିଟାନେ ଜାନାପଡ୍ଲାନି । ୭ ମାତର୍ ଆମେ ସତ୍ କାମ୍ କରି ଉଜଲେ ରଇବୁ ଜେନ୍ତାରି କି ପର୍ମେସର୍ ସବୁବେଲେ ଉଜଲେଆଚେ । ସେନ୍ତାର୍ ଆଲେ ଆମେ ଗଟେକ୍ ଲକ୍ ଆରି ଗଟେକ୍ ଲକର୍ ସଙ୍ଗ୍ ମିସିବିଡି ଆଚୁ । ଆରି ପର୍ମେସରର୍ ପଅ ଜିସୁର୍ ବନି ଆମର୍ ସବୁ ପାପ୍କେ ଦଇଦେଇସି ।
୮ ଆମେ କେବେମିସା ପାପ୍ କରୁନାଇ ବଲି କଇଲେ, ଆମେ ନିଜେସେ ନାଡାଇଅଇଲୁନି । ଆରି ସତ୍ ବିସଇ ଆମେ ନାଜାନ୍ଲୁନି । ୯ ଜଦି ଆମେ ବୁଲ୍ କରିଆଚୁ ବଲି ପର୍ମେସର୍କେ ନ ଲୁଚାଇତେ କଇଲେ, ସେ ଆମର୍ ସବୁ ପାପ୍ କେମା କର୍ସି । ଆରି ସବୁ କାରାପ୍ କାମେଅନି ଆମ୍କେ ସୁକଲ୍ କର୍ସି । ୧୦ ଜଦି ଆମେ କେବେ ମିସା ପାପ୍ କରୁନାଇ ବଲି କଇଲେ, ପର୍ମେସର୍ ସତ୍ଟା ନଏଁ ବଲି କଇଲୁନି । ଆରି ତାର୍ ବାକିଅ ମାନିକରି ରଉନାଇ ।